ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ

BIDYUTLATA JENA
BIDYUTLATA JENA | Electronics Mechanic

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:HAL, SUNABEDA
ପଦବୀ:Sr. Technician

ଅନୁଷ୍ଠାନ ସମ୍ବନ୍ଧରେ ପଦେ

ମୟୂରଭଂଜର ପୂର୍ବତନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ସ୍ମରଣରେ ତଥା ତତ୍କାଳୀନ ସାନ ମହାରାଣୀ ସାହେବାଙ୍କ ଏକ ଲକ୍ଷ ଅନୁଦାନ ରାଶିରେ ନିର୍ମିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଆଇ.ଟି.ଆଇ. ହେଉଛି ଓଡିଶାର ପୁରାତନ ଆଇ.ଟି.ଆଇ. ମଧ୍ୟରୁ ଏକ । ଅନୁଷ୍ଠାନଟି ତାର ପ୍ରଥମ ସତ୍ର ୧୯୩୧ ରେ ଆରମ୍ଭ କରିଥିଲା । ବାରିପଦାର ଷ୍ଟେସନ ବଜାରଠାରେ ତଥା ବାରିପଦା ରେଳ ଷ୍ଟେସନ ର ନିକଟରେ ଏହା ଉପସ୍ଥିତ ।

ଆମର ଲକ୍ଷ୍ୟ ହେଉଛି ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ପାଠ୍ୟାନୁକୁଳୀ ବାତାବରଣ ତିଆରି କରିବା ଯାହା ଦ୍ୱାରା କି ସେମାନେ ନିଜର ଅନ୍ତର୍ନିହିତ ଦକ୍ଷତା ର ଅନୁଭବ କରିପାରିବେ | ଚରିତ୍ର ଗଠନ, ଶିକ୍ଷାଲାଭ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜ ଯୋଗ୍ୟତାର ବିକାଶ ତଥା ସମାଜ ସହ ନିଜକୁ ଖାପ ଖୁଆଇପାରିବା- ଏହି ସବୁ ବିଷୟରେ ଆମେ ଗୁରୁତ୍ୱ ଦେଇଥାଉ | ଆମର ମୂଳ ଲକ୍ଷ୍ୟ ହେଉଛି-(କ)ଏପରି ଏକ ପାଠ୍ୟ ଖସଡା ପ୍ରସ୍ତୁତ କରିବା, ଯାହାଦ୍ୱାରା ଜଣେ ପ୍ରଶିକ୍ଷାର୍ଥୀର ଶାରିରୀକ, ମାନସିକ ତଥା ଭାବନାତ୍ମକ ବିକାଶ ଘଟି ସେ ଏକ ଦାୟିତ୍ୱସଂପନ୍ନ ତଥା ଉତ୍ତମଭାବେ ସନ୍ତୁଳିତ ବ୍ୟକ୍ତିତ୍ୱଟିଏ ହୋଇ ଆଧୁନିକ ସମାଜ ସହ ତାଳ ଦେଇପାରିବ, (ଖ) ପ୍ରଚଳିତ ଉଦ୍ୟୋଗମାନଙ୍କରେ ପ୍ରତ୍ୟେକ କ୍ଷେତ୍ରରେ କୁଶଳୀ କାରିଗରଙ୍କ ଅନବରତ ପ୍ରବାହକୁ ନିଶ୍ଚୟ କରିବା, (ଗ) ଦକ୍ଷତା ବିକାଶ ମାଧ୍ୟମରେ ଔଦ୍ୟୋଗିକ ନିର୍ମାଣର ମାନ ଏବଂ ପରିମାଣକୁ ବଢେଇବା, (ଘ) ଶିକ୍ଷିତ ବେକାରଙ୍କୁ ଅନୁକୁଳ ଔଦ୍ୟୋଗିକ ନିଯୁକ୍ତି ତଥା ବ୍ୟବସାୟପୋଯୋଗୀ କରି ବେକାରୀ ସମସ୍ୟାକୁ କମ୍‌ କରିବା ଇତ୍ୟାଦି |
ଉତ୍କର୍ଷର କେନ୍ଦ୍ର
ଏହି ଅନୁଷ୍ଠାନଟି “Centre of Excellence” ବା “ଉତ୍କର୍ଷର କେନ୍ଦ୍ର” ଭାବେ ମନୋନୀତ ହୋଇଛି ଏବଂ ରାଜ୍ୟ ସରକାର ଓ NOCCi (North Orissa Chamber of Commerce & Industry) ମଧ୍ୟରେ ୨୦୦୮ ନଭମ୍ବରରେ ଏହାକୁ PPP ଢଙ୍ଗରେ ବିକଶିତ କରିବା ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି | ବିଭିନ୍ନ ଖ୍ୟାତି ସମ୍ପନ୍ନ ଉଦ୍ୟୋଗୀ ତଥା ପ୍ରଶାସକଙ୍କୁ ନେଇ ଏକ ଆନୁଷ୍ଠାନିକ ପରିଚାଳନା କମିଟି ମଧ୍ୟ Societies Act ଦ୍ୱାରା ଗଠିତ ହୋଇଛି ଯେଉଁମାନେ କି ସରକାରଙ୍କୁ ଦାଖଲ କରାଯାଉଥିବା IDP Scheme…

ସମ୍ପୂର୍ଣ୍ଣ ତଥ୍ୟ

ଆମର ଅଭିଯାନ

“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା”

ସମ୍ପୂର୍ଣ୍ଣ ତଥ୍ୟ

ଆମର ଲକ୍ଷ୍ୟ

ଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା | ଅତି କମରେ ଆମର ଏକ ତୃତୀୟାଂଶ ଗ୍ରାଜୁଏଟ୍‌ ମହିଳା ହୁଅନ୍ତୁ | ଜଣେ ମହାନ ଉଦ୍ୟୋଗୀ ତଥା ବିଶ୍ୱସ୍ତରୀୟ ଆଇ.ଟି.ଆଇ ଗ୍ରାଜୁଏଟ୍‌ଟିଏ ହେବା ପାଇଁ ଆମେ ସବୁପ୍ରକାରର ପରିବେଶ ଯୋଗେଇଦେବୁ | ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସହଭାଗିତା ପ୍ରତିଷ୍ଠା କରିବା | ସ୍ଥାୟିତ୍ୱ କୁ ବଜାୟ ରଖିବା ଲାଗି ଆମର ଛାତ୍ର-ଛାତ୍ରୀ ତଥା ପ୍ରଶିକ୍ଷକଙ୍କୁ ପାରଙ୍ଗମ...

ସମ୍ପୂର୍ଣ୍ଣ ତଥ୍ୟ

ସୂଚନା ଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ