ଆମ ଅନୁଷ୍ଠାନ ସମ୍ବନ୍ଧରେ

ମୟୂରଭଂଜର ପୂର୍ବତନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ସ୍ମରଣରେ ତଥା ତତ୍କାଳୀନ ସାନ ମହାରାଣୀ ସାହେବାଙ୍କ ଏକ ଲକ୍ଷ ଅନୁଦାନ ରାଶିରେ ନିର୍ମିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଆଇ.ଟି.ଆଇ. ହେଉଛି ଓଡିଶାର ପୁରାତନ ଆଇ.ଟି.ଆଇ. ମଧ୍ୟରୁ ଏକ । ଅନୁଷ୍ଠାନଟି ତାର ପ୍ରଥମ ସତ୍ର ୧୯୩୧ ରେ ଆରମ୍ଭ କରିଥିଲା । ବାରିପଦାର ଷ୍ଟେସନ ବଜାରଠାରେ ତଥା ବାରିପଦା ରେଳ ଷ୍ଟେସନ ର ନିକଟରେ ଏହା ଉପସ୍ଥିତ ।

ଆମର ଲକ୍ଷ୍ୟ ହେଉଛି ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ପାଠ୍ୟାନୁକୁଳୀ ବାତାବରଣ ତିଆରି କରିବା ଯାହା ଦ୍ୱାରା କି ସେମାନେ ନିଜର ଅନ୍ତର୍ନିହିତ ଦକ୍ଷତା ର ଅନୁଭବ କରିପାରିବେ | ଚରିତ୍ର ଗଠନ, ଶିକ୍ଷାଲାଭ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜ ଯୋଗ୍ୟତାର ବିକାଶ ତଥା ସମାଜ ସହ ନିଜକୁ ଖାପ ଖୁଆଇପାରିବା- ଏହି ସବୁ ବିଷୟରେ ଆମେ ଗୁରୁତ୍ୱ ଦେଇଥାଉ | ଆମର ମୂଳ ଲକ୍ଷ୍ୟ ହେଉଛି-(କ)ଏପରି ଏକ ପାଠ୍ୟ ଖସଡା ପ୍ରସ୍ତୁତ କରିବା, ଯାହାଦ୍ୱାରା ଜଣେ ପ୍ରଶିକ୍ଷାର୍ଥୀର ଶାରିରୀକ, ମାନସିକ ତଥା ଭାବନାତ୍ମକ ବିକାଶ ଘଟି ସେ ଏକ ଦାୟିତ୍ୱସଂପନ୍ନ ତଥା ଉତ୍ତମଭାବେ ସନ୍ତୁଳିତ ବ୍ୟକ୍ତିତ୍ୱଟିଏ ହୋଇ ଆଧୁନିକ ସମାଜ ସହ ତାଳ ଦେଇପାରିବ, (ଖ) ପ୍ରଚଳିତ ଉଦ୍ୟୋଗମାନଙ୍କରେ ପ୍ରତ୍ୟେକ କ୍ଷେତ୍ରରେ କୁଶଳୀ କାରିଗରଙ୍କ ଅନବରତ ପ୍ରବାହକୁ ନିଶ୍ଚୟ କରିବା, (ଗ) ଦକ୍ଷତା ବିକାଶ ମାଧ୍ୟମରେ ଔଦ୍ୟୋଗିକ ନିର୍ମାଣର ମାନ ଏବଂ ପରିମାଣକୁ ବଢେଇବା, (ଘ) ଶିକ୍ଷିତ ବେକାରଙ୍କୁ ଅନୁକୁଳ ଔଦ୍ୟୋଗିକ ନିଯୁକ୍ତି ତଥା ବ୍ୟବସାୟପୋଯୋଗୀ କରି ବେକାରୀ ସମସ୍ୟାକୁ କମ୍‌ କରିବା ଇତ୍ୟାଦି |

ଉତ୍କର୍ଷର କେନ୍ଦ୍ର

ଏହି ଅନୁଷ୍ଠାନଟି “Centre of Excellence” ବା “ଉତ୍କର୍ଷର କେନ୍ଦ୍ର” ଭାବେ ମନୋନୀତ ହୋଇଛି ଏବଂ ରାଜ୍ୟ ସରକାର ଓ NOCCi (North Orissa Chamber of Commerce & Industry) ମଧ୍ୟରେ ୨୦୦୮ ନଭମ୍ବରରେ ଏହାକୁ PPP ଢଙ୍ଗରେ ବିକଶିତ କରିବା ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି | ବିଭିନ୍ନ ଖ୍ୟାତି ସମ୍ପନ୍ନ ଉଦ୍ୟୋଗୀ ତଥା ପ୍ରଶାସକଙ୍କୁ ନେଇ ଏକ ଆନୁଷ୍ଠାନିକ ପରିଚାଳନା କମିଟି ମଧ୍ୟ Societies Act ଦ୍ୱାରା ଗଠିତ ହୋଇଛି ଯେଉଁମାନେ କି ସରକାରଙ୍କୁ ଦାଖଲ କରାଯାଉଥିବା IDP Scheme ଅନୁସାରେ ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ପତି ନେଇଥାଆନ୍ତି | ପୂର୍ବରୁ ଏହି ଆଇ.ଟି.ଆଇ. ଟି କେବଳ ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଥିଲା ହେଲେ ୨୦୦୯-୨୦୧୦ ସତ୍ର ଠାରୁ ଏଠାରେ ନାରୀ-ପୁରୁଷ ଉଭୟେ ପାଠ ପଢିବାକୁ ସରକାର ଅନୁମତି ଦେଇଛନ୍ତି |